have eternal life


ଅନନ୍ତ ଜୀବନ ପ୍ରାପ୍ତ କରିଛନ୍ତି କି ?

ଅନନ୍ତ ଜୀବନ ପାଇଁ ବାଇବଲ ଗୋଟିଏ ସ୍ପଷ୍ଟ ମାର୍ଗ ପ୍ରଦର୍ଶନ କରେ | ପ୍ରଥମେ, ଆମକୁ ନିଶ୍ଚିତ ଭାବରେ ଚିହ୍ନିବାକୁ ପଡିବ ଯେ, ଆମେ ଈଶ୍ବରଙ୍କ ବିରୁଦ୍ଧରେ ପାପ କରିଅଛୁ: "ସମସ୍ତେ ତ ପାପ କରିଅଛନ୍ତି, ପୁଣି ଈଶ୍ବରଙ୍କ ଗୌରବରହିତ ହୋଇଅଛନ୍ତି" (ରୋମୀୟ ୩:୨୩) | ଆମେ ସମସ୍ତେ ଏପରି କର୍ମ କରିଅଛୁ ଯାହା ଈଶ୍ବରଙ୍କୁ ଅସନ୍ତୁଷ୍ଟ କରିଛି, ଯାହା ଆମକୁ ଦଣ୍ଡ ପାଇବା ନିମନ୍ତେ ଯୋଗ୍ୟ ବିବେଚିତ କରୁଛି | ଯେହେତୁ ଆମର ସମସ୍ତ କର୍ମ ପରିଶେଷରେ ଅନନ୍ତ ଈଶ୍ବରଙ୍କ ବିରୁଦ୍ଧରେ ଅଟେ, କେବଳ ଗୋଟିଏ ଅନନ୍ତ ଦଣ୍ଡ ହିଁ ଯଥେଷ୍ଟ ଅଟେ | "କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ବରଙ୍କ ଅନୁଗ୍ରହଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ" |

ତଥାପି, ଯୀଶୁ ଖ୍ରୀଷ୍ଟ, ପାପହୀନ (୧ ପିତର ୨:୨୨), ଈଶ୍ବରଙ୍କ ଅନନ୍ତ ସନ୍ତାନ ଜଣେ ମନୁଷ୍ୟ ହେଲେ (ଯୋହନ ୧:୧, ୧୪) ଏବଂ ଆମର ନିୟମ ଭଙ୍ଗର ଦଣ୍ଡର ପାଉଣା ଦେବା ପାଇଁ ମୃତ୍ୟୁବରଣ କଲେ | "କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ସେଥିରେ ଈଶ୍ବର ଆମ୍ଭମାନଙ୍କପ୍ରତି ଆପଣା ପ୍ରେମ ସପ୍ରମାଣ କରୁଅଛନ୍ତି " (ରୋମୀୟ ୫:୮) | ଆମେ ଯେଉଁ ଦଣ୍ଡ ପାଇବା ଯୋଗ୍ୟ ତାହାକୁ ନେଇ (୨ କରିନ୍ଥୀୟ ୫:୨୧), ଯୀଶୁ ଖ୍ରୀଷ୍ଟ କୃଶ ଉପରେ ମୃତ୍ୟୁବରଣ କଲେ (ଯୋହନ ୧୯:୩୧-୪୨) | ପାପ ଏବଂ ମୃତ୍ୟୁରୁ ତାଙ୍କର ବିଜୟ ପ୍ରମାଣିତ କରି, ତିନିଦିନ ପଶ୍ଚାତରେ ସେ ମୃତ୍ୟୁରୁ ଉତ୍ଥିତ ହେଲେ (୧ କରିନ୍ଥିୟ ୧୫:୧-୪), | "ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ବର ଓ ପିତା ଧନ୍ୟ; ସେ ମୃତମାନଙ୍କ ମଧ୍ୟରୁ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ବାରା ଜୀବନଦାୟକ ଭରସା ପ୍ରାପ୍ତି ନିମନ୍ତେ" (୧ ପିତର ୧:୩) |

ପରିତ୍ରାଣ ପାଇବା ନିମନ୍ତେ – ବିଶ୍ବାସ ସହିତ, ଖ୍ରୀଷ୍ଟଙ୍କ ପ୍ରତି ଆମ ମନରେ ଥିବା ଧାରଣାକୁ ବଦଳେଇବାକୁ ପଡ଼ିବ ଯେ – ସେ କିଏ, ସେ କାହିଁକି ଓ କ’ଣ କରିଥିଲେ (ପ୍ରେରିତ ୩:୧୯) | ଯଦି ଆମେ ଆମର ବିଶ୍ବାସ ତାଙ୍କ ଉପରେ ସ୍ଥାପନ କରୁ, ଆମ ପାପର ପାଉଣା ଦେବା ପାଇଁ କୃଶ ଉପରେ ତାଙ୍କ ମୃତ୍ୟୁକୁ ବିଶ୍ବାସ କରୁ, ଆମେ କ୍ଷମା ପ୍ରାପ୍ତ କରି ପାରିବା ଏବଂ ସ୍ବର୍ଗରେ ଏକ ଅନନ୍ତ ଜୀବନର ପ୍ରତିଶ୍ରୁତି ପାଇ ପାରିବା | "କାରଣ ଈଶ୍ବର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଏକମାତ୍ର ପୁତ୍ରଙ୍କୁ ଦାନ କଲେ, ଯେପରି ଯେକେହି ତାହାଙ୍କଠାରେ ବିଶ୍ବାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ" (ଯୋହନ ୩:୧୬) | "ଯେଣୁ ତୁମ୍ଭେ ଯଦି ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ବୀକାର କରିବ, ଆଉ ଈଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଛନ୍ତି ବୋଲି ହୃଦୟରେ ବିଶ୍ବାସ କରିବ, ତେବେ ପରିତ୍ରାଣ ପ୍ରାପ୍ତ ହେବ" (ରୋମୀୟ ୧୦:୯) | କୃଶ ଉପରେ ଥିବା ଯୀଶୁଙ୍କର ସରିଥିବା କାର୍ଯ୍ୟରେ, କେବଳ ଏକମାତ୍ର ବିଶ୍ବାସ ହିଁ ଅନନ୍ତ ଜୀବନ ପାଇଁ ମାର୍ଗ ଅଟେ | "କାରଣ ଅନୁଗ୍ରହରେ ବିଶ୍ବାସ ଦ୍ବାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ; ତାହା ତୁମ୍ଭମାନଙ୍କ ନିଜଠାରୁ ହୋଇନାହିଁ, ତାହା ଈଶ୍ବରଙ୍କ ଦାନ, କ୍ରିୟାକର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ" (ଏଫିସୀୟ ୨:୮-୯) |

ଯଦି ଆପଣ ଯୀଶୁ ଖ୍ରୀଷ୍ଟଙ୍କୁ ଆପଣଙ୍କର ତ୍ରାଣକର୍ତ୍ତା ରୂପେ ଗ୍ରହଣ କରିବାକୁ ଇଚ୍ଛା କରନ୍ତି, ଏଇ ନିଅନ୍ତୁ ଗୋଟିଏ ସରଳ ପ୍ରାର୍ଥନା | ମନେରଖନ୍ତୁ, ଏହି ପ୍ରାର୍ଥନା କିମ୍ବା ଅନ୍ୟ କୌଣସି ପ୍ରାର୍ଥନା ଆପଣଙ୍କୁ ଉଦ୍ଧାର କରିବ ନାହିଁ | କେବଳ ଖ୍ରୀଷ୍ଟଙ୍କ ଉପରେ ବିଶ୍ବାସ ହିଁ ଆପଣଙ୍କୁ ପାପରୁ ଉଦ୍ଧାର କରିପାରିବ | ଈଶ୍ବରଙ୍କଠାରେ ଆପଣଙ୍କର ବିଶ୍ବାସର ଅଭିବ୍ୟକ୍ତି ଏବଂ ଆପଣଙ୍କର ପରିତ୍ରାଣ ନିମନ୍ତେ ତାଙ୍କୁ ଧନ୍ୟବାଦ ଦେବା ପାଇଁ ଏହି ପ୍ରାର୍ଥନା ଏକ ସାଧାରଣ ମାର୍ଗ ମାତ୍ର | "ହେ ଈଶ୍ବର ! ମୁଁ ଜାଣେ ଯେ ମୁଁ ଆପଣଙ୍କୁ ବିରୁଦ୍ଧରେ ପାପ କରିଅଛି ଓ ମୁଁ ଦଣ୍ଡ ପାଇବାର ଯୋଗ୍ୟ ଅଟେ |

କିନ୍ତୁ ମୁଁ ଯେଉଁ ଦଣ୍ଡ ପାଇବାର ଥିଲା ତାହା ଯୀଶୁ ଖ୍ରୀଷ୍ଟ ନେଇଯାଇଛନ୍ତି | ତେଣୁକରି, ତାଙ୍କଠାରେ ଥିବା ମୋର ବିଶ୍ବାସ କାରଣରୁ ମୁଁ କ୍ଷମା ପ୍ରାପ୍ତ ହେବି | ମୋର ପରିତ୍ରାଣ ପାଇଁ ମୁଁ ଆପଣଙ୍କଠାରେ ମୋର ବିଶ୍ବାସ ସ୍ଥାପନ କରିଛି | ଆପଣଙ୍କର ସୁନ୍ଦର ଅନୁଗ୍ରହ ଓ କ୍ଷମାଶୀଳତା ପାଇଁ, ଯାହା ଅନନ୍ତ ଜୀବନର ଉପହାର ଅଟେ, ଆପଣଙ୍କୁ ଧନ୍ୟବାଦ ! ଆମିନ୍" !




AMAZING GRACE BIBLE INSTITUTE